ଆଧୁନିକ ଓଡ଼ିଆ କବିତାରେ ରୋମାଣ୍ଟିକ୍ ଚେତନା: ବିକାଶ ଓ ବିବର୍ତ୍ତନ

Authors

  • Rudra narayan beura B.J.B Autonomous College, Bhubaneswar ,Odisha. Author

DOI:

https://doi.org/10.63090/IJILRS/3108.1797.0023

Keywords:

ରୋମାଣ୍ଟିକବାଦ, ରୋମାଣ୍ଟିକ ଚେତନା, ପ୍ରକୃତିପ୍ରେମ, କଳ୍ପନାବିଳାସ, ସୌନ୍ଦର୍ଯ୍ୟବୋଧ, ବ୍ୟକ୍ତିନିଷ୍ଠତା, ଆବେଗିକ ବିଷାଦବୋଧ, ରହସ୍ୟବାଦ, ଦେଶାତ୍ମବୋଧ, ଉତ୍କଳୀୟ ଅସ୍ମିତ

Abstract

ସାହିତ୍ୟ ମାନବଜୀବନ, ସମାଜ, ଚିନ୍ତା, ଅନୁଭୂତି ଓ କଳ୍ପନାର ସୃଜନଶୀଳ ଅଭିବ୍ୟକ୍ତି । ଏହାର ବିଭିନ୍ନ ବିଭାଗ ମଧ୍ୟରେ କବିତା ଅଳ୍ପ ଶବ୍ଦରେ ଗଭୀର ଭାବ, ସୌନ୍ଦର୍ଯ୍ୟ, କଳ୍ପନା ଓ ମାନବୀୟ ଚେତନାକୁ ପ୍ରକାଶ କରିବାର ଏକ ସଶକ୍ତ ମାଧ୍ୟମ । ଯୁଗ ପରିବର୍ତ୍ତନ ସହିତ ସାହିତ୍ୟର ରୂପ ଓ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଘଟେ । ଏହି ପରିବର୍ତ୍ତନର ଏକ ଯୁଗାନ୍ତକାରୀ ରୂପ ହେଉଛି ରୋମାଣ୍ଟିକବାଦ। ରୋମାଣ୍ଟିକ ଚେତନା ମୁଖ୍ୟତଃ କଳ୍ପନା, ଆବେଗ, ପ୍ରକୃତିପ୍ରେମ, ସୌନ୍ଦର୍ଯ୍ୟବୋଧ, ବ୍ୟକ୍ତିସ୍ୱାଧୀନତା, ରହସ୍ୟବାଦ ଓ ଦେଶାତ୍ମବୋଧକୁ ଗୁରୁତ୍ୱ ଦିଏ । ଇଂରାଜୀ ସାହିତ୍ୟରେ ୱାର୍ଡସୱାର୍ଥ ଓ କଲରିଜଙ୍କ ‘Lyrical Ballads’ର ପ୍ରକାଶନ ରୋମାଣ୍ଟିକ ଆନ୍ଦୋଳନର ଏକ ମୁଖ୍ୟ ମାଇଲଖୁଣ୍ଟ ଭାବେ ପରିଗଣିତ । ପରବର୍ତ୍ତୀକାଳରେ ବାଇରନ, ଶେଲି ଓ ଜନ କିଟସଙ୍କ ସୃଷ୍ଟିରେ ଏହି ଚେତନା ଅଧିକ ବିକଶିତ ହୋଇଥିଲା । ପାଶ୍ଚାତ୍ୟ ରୋମାଣ୍ଟିକ ଚେତନାର ପ୍ରଭାବ ଓଡ଼ିଆ ସାହିତ୍ୟରେ ନୂତନ କାବ୍ୟବୋଧର ସୃଷ୍ଟି କରିଥିଲା । ରାଧାନାଥ ରାୟ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, କୁନ୍ତଳା କୁମାରୀ ସାବତ, ମାୟାଧର ମାନସିଂହ ଆଦିଙ୍କ ସୃଷ୍ଟିରେ ପ୍ରକୃତି, ପ୍ରେମ, ବିଷାଦ, କଳ୍ପନା, ରହସ୍ୟବାଦ ଓ ଦେଶପ୍ରେମର ବିଭିନ୍ନ ରୂପ ପ୍ରକାଶ ପାଇଛି । ତେଣୁ ଓଡ଼ିଆ ରୋମାଣ୍ଟିକ କବିତା ପାଶ୍ଚାତ୍ୟ ପ୍ରଭାବକୁ ଗ୍ରହଣ କରିଥିଲେ ମଧ୍ୟ ତାହାକୁ ଉତ୍କଳୀୟ ମାଟି, ଐତିହ୍ୟ, ପ୍ରକୃତି ଓ ଜାତୀୟ ଚେତନା ସହିତ ସମନ୍ୱିତ କରି ଏକ ସ୍ୱତନ୍ତ୍ର ସାରସ୍ୱତ ପରିଚୟ ଗଢ଼ି ତୋଳିଛି ।

Author Biography

  • Rudra narayan beura, B.J.B Autonomous College, Bhubaneswar ,Odisha.

    Post Graduate, Department of Odia Language and Literature,

Downloads

Published

2026-09-25